ପୁଣି ସାଥୀରେ ଖେଳିବେ ସୌରଭ ଓ ସେହୱାଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ୨ ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର ସେହୱାଗ ପୁଣି ସାଥୀରେ ଖେଳିବାକୁ ଯାଉଛନ୍ତି। ଆଜ୍ଞା ହଁ, ସୌରଭ ଓ ସେହୱାଗ ଲୋକପ୍ରିୟ ଟିଭି ଶୋ’ ‘କୋନ ବନେଗା କରୋଡପତି’ର ‘ଶାନଦାର ଶୁକ୍ରବାର’ ଏପିସୋଡରେ ନଜର ଆସିବେ। ଲୋକେ ପୂର୍ବରୁ ଏହି ସୁପରହିଟ ଯୋଡ଼ିଙ୍କୁ କ୍ରିକେଟ ପଡ଼ିଆରେ ଦେଖିଥିଲେ। କିନ୍ତୁ ଦର୍ଶକ ଏବେ କେବିସିର ହଟ୍ ସିଟରେ ଦୁହିଁଙ୍କ ଦମଦାର ଖେଳ ଦେଖିବେ।

ସୂଚନାଯୋଗ୍ୟ, ମହାନାୟକ ଅମିତାଭ ବଚ୍ଚନଙ୍କ ‘କେବିସି ୧୩’ ଆଗାମୀ ସପ୍ତାହରେ ଲଞ୍ଚ ହେବ। ଆଉ ଅଗଷ୍ଟ ୨୩ରୁ ଟିଭିରେ ଦେଖିବାକୁ ମିଳିବ।