ଭାଲୁ ଆକ୍ରମଣ ଜଣେ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅନ୍ତର୍ଗତ ଘାଟବାଲିଯୋଡ଼ି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଘାଟ ବାଲିଯୋଡ଼ି ଗ୍ରାମର ଶିବ ଚରଣ ମହାନ୍ତ। ମିଳିଥିବା ରିପୋର୍ଟ ମୁତାବକ, ଶିବ ବିଲରୁ ଫେରୁଥିବା ସମୟରେ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଶିବ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡୁମୁରିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ଶିବଙ୍କ ଡାହାଣ ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।