ମୌସୁମୀ ଅଧିବେଶନ ପୂର୍ବରୁ କୋଭିଡ ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କୋଭିଡ ଟେଷ୍ଟ କରାଯିବ। ବିଧାୟକଙ୍କ ବ୍ୟତୀତ ତାଙ୍କ ଡ୍ରାଇଭର ଓ ବିଧାନସଭାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମଧ୍ୟ କୋଭିଡ ଟେଷ୍ଟ ହେବ। ଅଗଷ୍ଟ ୨୯, ୩୦ ଓ ୩୧ ତାରିଖରେ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ନିଅ।।ଇଛି। ରିପୋର୍ଟ ନେଗେଟିଭ ଆସିଲେ ବିଧାୟକ ଓ କର୍ମଚାରୀଙ୍କୁ ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଯଦି କୌଣସି ବିଧାୟକ ଭ୍ୟାକ୍ସିନର ଗୋଟିଏ ବି ଡୋଜ୍ ନେଇ ନଥିବେ ତେବେ ସେ ବିଧାନସଭାକୁ ଯାଇପାରିବେ ନାହିଁ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।