- ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ପରେ ଟ୍ୱିଟର କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଆକାଉଣ୍ଟ ମଧ୍ୟ ଲକ କରିଛି। ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ ଆକ୍ଟ (ଡିଏମସିଏ)ର ଉଲ୍ଲଂଘନକୁ ନେଇ ଟ୍ୱିଟର ଏପରି କାର୍ଯ୍ୟାନୁଷ୍ଠାନ ନେଇଥିଲା। ସାଂସଦ ଥରୁର କହିଛନ୍ତି ଏନେଇ ସଂସଦୀୟ ସମିତି ଟ୍ୱିଟରକୁ ଜବାବ ମାଗିବ।