- ନୂଆଦିଲ୍ଲୀ: ପୁନଶ୍ଚ ୩ ମାସ ବଢ଼ିଲା ପାନ-ଆଧାର ଲିଙ୍କ ଅବଧି। ଆଧାର ଓ ପାନ କାର୍ଡ ଲିଙ୍କ କରିବା ପାଇଁ ୨୦୨୧ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର। ପୂର୍ବରୁ ଜୁନ ୩୦ ପର୍ଯ୍ୟନ୍ତ ଶେଷ ତାରିଖ ଥିଲା। ଏଥିସହ ଆୟକର କମାଇବା ପାଇଁ ବାସଗୃହରେ ନିବେଶ, ବିବାଦ ସମାଧାନ ଯୋଜନାରେ କର ପୈଠ ସହ ଆୟକର ସମ୍ପର୍କିତ କେତେକ କ୍ଷେତ୍ରରେ ସମୟସୀମା ବୃଦ୍ଧି କରାଯାଇଛି। ଅନ୍ୟପଟେ ଏବେ କରୋନା ଚିକିତ୍ସା ପାଇଁ କମ୍ପାନୀ କିମ୍ବା ଅନ୍ୟଠାରୁ ନେଇଥିବା ଅର୍ଥରେ ଟିକସ ଲାଗିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି।