ସମସ୍ତ ଭାରିଏଣ୍ଟକୁ ମାତ ଦେବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା

  • ନୂଆଦିଲ୍ଲୀ: ଦେଶରେ ଦିଆଯାଉଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକା କରୋନା ଭୁତାଣୁର ୪ଟି ଭାରିଏଣ୍ଟ- ଆଲଫା, ବିଟା, ଗାମା ଓ ଡେଲଟାକୁ ମାତ୍ ଦେଇପାରିବ। ମାତ୍ର ଡେଲଟା ପ୍ଲସ କ୍ଷେତ୍ରରେ ଟିକାର ପ୍ରଭାବ ଏବେ ଜଣାପଡ଼ିନାହିଁ। ତେବେ ଏନେଇ ଆଇସିଏମଆର ପକ୍ଷରୁ ପରୀକ୍ଷା ଜାରି ରହିଛି ଓ ୮ରୁ ୧୦ ଦିନ ମଧ୍ୟରେ ଫଳାଫଳ ଜଣାପଡ଼ିଯିବ ବୋଲି ଆଇସିଏମଆର ମହାନର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି।
    ଦେଶରେ ଏବେ ୧୨ଟି ରାଜ୍ୟରେ ମୋଟ ୪୮ଟି ଡେଲଟା ପ୍ଲସ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୭ଟି, ଓଡ଼ିଶାରେ ଗୋଟିଏ ମାମଲା ଚିହ୍ନଟ ହୋଇଛି। ସାମଗ୍ରିକଭାବେ ଦେଶର ୧୭୪ଟି ଜିଲ୍ଲାରେ ପ୍ରାୟ ୨୧ ହଜାରରୁ ଅଧିକ ଡେଲଟା ଭାରିଏଣ୍ଟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି, ଯାହାକି ମାର୍ଚ୍ଚ ୨୧ ସୁଦ୍ଧା ମାତ୍ର ୫୪ଟି ଜିଲ୍ଲା ଓ ଡିସେମ୍ବର ୨୦୨୦ରେ ମାତ୍ର ଗୋଟିଏ ଜିଲ୍ଲାରେ ସୀମିତ ଥିଲା।