ନୂଆଦିଲ୍ଲୀ,ଏଜେନ୍ସି: ସୋସିଆଲ୍ ମିଡ଼ିଆରେ ‘ଇଡ୍ଲି’ ଖାଦ୍ୟକୁ ବୋରିଂ ବୋଲି କହିଥିବା ବ୍ରିଟିଶ୍ ପ୍ରଫେସରଙ୍କୁ ଜବାବ ଦେଇଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ‘ଏପରି କେଉଁ ଖାଦ୍ୟ ଅଛି ଯାହାକୁ ଲୋକମାନେ କାହିଁକି ପସନ୍ଦ କରୁଛନ୍ତି ବୋଲି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି’ ବୋଲି ଅନ୍ଲାଇନ୍ ଫୁଡ୍ ଡେଲିଭରି ଆପ୍ ଜୁମାଟୋ ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ପ୍ରଶ୍ନ କରାଯାଇଥିଲା । ଏହାର ଜବାବ ଦେଇ ବ୍ରିଟିଶ୍ ପ୍ରଫେସର ଏଡ୍ୱାର୍ଡ ଆଣ୍ଡରସନ୍ ଇଡ୍ଲିକୁ ବୋରିଂ ଖାଦ୍ୟ ବୋଲି କହିଥିଲେ । ପରେ ଶଶୀ ଥରୁରଙ୍କ ପୁଅ ଇଶାନ ଥରୁର ଏହାକୁ ଟ୍ୱିଟରର ସବୁଠାରୁ ଅପମାନଜନକ ମନ୍ତବ୍ୟ ବୋଲି ଲେଖିଥିଲେ । ପରେ ଶଶୀ ଥରୁର ପୁତ୍ର ଇଶାନ୍କୁ ସମର୍ଥନ କରି କହିଛନ୍ତି ଯେ, ହଁ ପୁଅ! ଦୁନିଆରେ ଚାଲେଞ୍ଜ ଦିଆଯିବା ପାଇଁ ଏଭଳି କିଛି ଲୋକ ଅଛନ୍ତି । ସଭ୍ୟତା ହାସଲ କରିବା କଠିନ । ଜୀବନର ମୂଲ୍ୟ ଜାଣିନଥିବା ଏହି ମୂଢ ବ୍ୟକ୍ତିଙ୍କୁ ଦୟା କର ବୋଲି ଶଶୀ ଥରୁର ତାଙ୍କ ପୁଅଙ୍କୁ ଜବାବ ଦେଇଛନ୍ତି ।