ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ମାଛଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଦୁଇ ଆକ୍ରାନ୍ତ ଯୁବକ ଗୁଜୁରାଟରୁ ଫେରିଥିବା ଜଣାପଡ଼ିଛି। ଉଭୟଙ୍କୁ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ସଂଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ପରେ ମାଛଗଡ଼ ସରପଞ୍ଚ ଈଶ୍ୱର ନାଏକ ପଞ୍ଚାୟତର ୯ଟି ଗ୍ରାମକୁ ୫ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି।