ପାରିବାରିକ କଳହରୁ ନବ ବିବାହିତ ଯୁବକର ଆତ୍ମହତ୍ୟା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଲେଖନା ସାହିରେ ପାରିବାରିକ କଳହକୁ ନେଇ ଜଣେ ନବ ବିବାହିତ ଯୁବକ କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ରଣଜିତ ମୁଣ୍ଡା। ପରିବାର ଲୋକଙ୍କ ସୂଚନା ଅନୁସାରେ ଗତକାଲି ରଣଜିତ ଓ ତାଙ୍କ ଖୁଡ଼ୀ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ରଣଜିତ କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।