ସ୍କୁଲ ହତା କୂଅରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଜରିପୁଟ ସ୍କୁଲ କ୍ୟାମ୍ପସରେ ଥିବା ଏକ କୂଅରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ ସେହି ଗ୍ରାମର ନିତୁ ମହାପାତ୍ର(୧୯)। ସେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ସୂଚନା ଅନୁସାରେ ସେ ଗତକାଲିଠାରୁ ନିଖୋଜ ଥିବାନେଇ ମୃତାଙ୍କ ଦାଦା ବସନ୍ତ ରଣା ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ଦାଦା ଗଣମାଧ୍ୟମ ଆଗରେ କହିଛନ୍ତି।

ପୁଲିସ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସପି ଅଜୟ ପ୍ରତାପ ସ୍ୱାଇଁ, ଅତିରିକ୍ତ ଏସପି କୃତୀବାସ ଜେନା, ଏସଡିପିଓ ସୁଶୀଲ ମିଶ୍ର, ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂ, ଅତିରିକ୍ତ ଥାନା ଅଧିକାରୀ ଆର୍ତ୍ତତ୍ରାଣ ନନ୍ଦ ପ୍ରମୁଖ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ପୁଲିସ ୨୧୩/୨୦୨୦ରେ ଏକ ମାମଲା ରୁଜୁ କରିଛି।