ଜିଲ୍ଲା ଔଷଧ ବ୍ୟବସାୟୀ ସଙ୍ଘ ସଭାପତି ହେଲେ ମୋତିଲାଲ ସମ୍ପାଦକ ସରୋଜ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ତ୍ରୟ ବାର୍ଷିକ ସାଧାରଣ ବୈଠକ ଏବଂ ନିର୍ବାଚନ ଗୋହିରା ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରିଣୀ ବୈଠକରେ ସଙ୍ଘର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗ ଉପରେ ଆଲୋଚନା ହେବା ପରେ ସଙ୍ଘର କାର୍ଯ୍ୟକର୍ତ୍ତl ମନୋନୟନ କରାଯାଇଥିଲା।

ଏଥିରେ ସର୍ବସମ୍ମତି କ୍ରମେ ମୋତିଲାଲ ଶର୍ମାଙ୍କୁ ସଭାପତି ଏବଂ ସରୋଜ କୁମାର ପାଢ଼ୀଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା। ସନ୍ତୋଷ କୁମାର ସାହୁ ନିର୍ବାଚନ ଅଧିକାରୀ କାର୍ଯ୍ୟ ତୁଲାଇ ଥିବା ବେଳେ ଇ୍ୟୁସିଡିଏର ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ରଥ ଏବଂ ସମ୍ପାଦକ ଜୟପ୍ରକାଶ ତ୍ରିପାଠୀ ଉପସ୍ଥିତ ଥିଲେ। କାର୍ଯ୍ୟକର୍ତା ଚୟନରେ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।