କର୍ଣ୍ଣାଟକରେ ୩ ଓଡ଼ିଆଙ୍କୁ ମିଳିଲା ଜ୍ଞାନରତ୍ନ ସମ୍ମାନ

ବେଙ୍ଗାଳୁରୁ,ଏଜେନ୍ସି: ଦେଶର ୮ଟି ସହରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ଦେଶର ୨୭ଟି ସହରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେଙ୍ଗାଲୁରୁ ସାଉଥରେ ଥିବା କେନ୍ଦ୍ରୀୟ ପାଠାଗାର ପରିସରରେ ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ସ୍ୱାଧୀନତା ଦିବସ ଓ ଅଜାଦି କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଆର ଅଶୋକ, ଏଲ ଶ୍ରୀନିବାସ, ଡିଜିଟାଲ ଲାଇବ୍ରେରୀର ପିତାମହ କସମନି ମନୀ ଏବଂ ଆହ୍ୱାନ ଫାଉଣ୍ଡେସନ ମୁଖ୍ୟ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ଓ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିବା ବ୍ୟକ୍ତି ମାନଙ୍କୁ ଜ୍ଞାନରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ୩ ଓଡ଼ିଆ ଆଦିତ୍ୟ ପାଢ଼ୀ, ମନୋଜ ପାତ୍ରଙ୍କୁ ସମାଜସେବା ପାଇଁ ଓ ଗୋବିନ୍ଦ ବାରିକଙ୍କୁ ସମ୍ବାଦିକତା ଓ ସମାଜସେବା ପାଇଁ ଏହି ସମ୍ମାନ ଦିଆଯାଇଥିଲା।