ନେହରୁ କପ ସବ ଜୁନିୟର ହକି ପ୍ରତିଯୋଗିତା ନିମନ୍ତେ ଦେବଗଡ଼ ଟିମକୁ ଶୁଭେଚ୍ଛା ଦେଲେ ଜିଲ୍ଲା ପ୍ରଶାସନ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ହକି କ୍ରୀଡାର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୃଷ୍ଟିର ପରିମାଣ ଏବେ ବାସ୍ତବିକ ରୂପ ନେଇଛି। ଗାଁ’ରୁ ସହର ସବୁ ଠାରେ କିଶୋର କିଶୋରୀଙ୍କ ଠାରୁ ଅଭିଭାବକଙ୍କ ମଧ୍ୟ ହକି ପ୍ରତି ରୁଚି ବଢୁ ଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଉରକେଲା ସ୍ଥିତ ହକି ଷ୍ଟାଡିୟମ ଠାରେ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ନେହରୁ କପ ସବ ଜୁନିୟର ହକି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ଆଜି ଦେବଗଡ଼ ଜିଲ୍ଲାର ପ୍ରତିନିଧିତ୍ବ ପାଇଁ ଜ୍ଞାନଜ୍ୟୋତି ସ୍କୁଲର ଛାତ୍ର ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରିଛି।

ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖେଳାଳି ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ଜିଲ୍ଲା କ୍ରୀଡା ଅଧିକାରୀ କୈବଲ୍ୟ କିଶୋର କର ଓ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ଧିରେନ ନାୟକ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦ ଉପସଭାପତି ସତ୍ୟନାରାୟଣ ମିଶ୍ର, କୋଚ ସୁଭାଶିଷ ଲାକ୍ରା ଓ ଟିମ ମ୍ୟାନେଜର ଯୁଗଳ କିଶୋର ହରୋ ପ୍ରମୁଖ ଉପସ୍ଥିତ ଥିଲେ।