- ଜଗତସିଂହପୁର, ଏନଏନଏସ: ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଝଙ୍କଡ଼ସ୍ଥିତ ମା’ ଶାରଳା ଓ ଗୋରେଖନାଥ ପୀଠ। ଏହା ସହ ଜଗତସିଂହପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମନ୍ଦିର ଆସିପାରିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ସନ୍ଧ୍ୟା ୬ଟା ପୂର୍ବରୁ ମନ୍ଦିର ବନ୍ଦ ହେବ। ଏହାସହ ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ଭୋଗ କିମ୍ବା ପ୍ରସାଦ ନେବାକୁ ବାରଣ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନର ବୈଠକ ପରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।