ଆଉ ଏକ ସଙ୍କଟ: ରହସ୍ୟମୟ ରୋଗରେ ବିଲେଇଙ୍କ ମୃତ୍ୟୁ

  • ଲଣ୍ଡନ: ସମଗ୍ର ବିଶ୍ୱ କରୋନା ଭାଇରସ ସହିତ ଲଢୁଥିବାବେଳେ ବ୍ରିଟେନରେ ବିଲେଇମାନଙ୍କ ରହସ୍ୟମୟ ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବିଲେଇଙ୍କ ମୃତ୍ୟୁ ବୃଦ୍ଧି ହେବାର କାରଣ ହେଉଛି ବିଲେଇଙ୍କୁ ଦିଆଯାଉଥିବା ଖାଦ୍ୟର ଏକ ବ୍ରାଣ୍ଡ। ବ୍ରିଟେନର ପଶୁ ଡାକ୍ତରଙ୍କ କହିବା ଅନୁଯାୟୀ, ଗତ କିଛିଦିନ ହେବ ବିଲେଇଙ୍କଠାରେ ପାନସାଇଟୋପେନିଆର ମାମଲା କ୍ରମାଗତଭାବେ ପଞ୍ଜିକୃତ ହୋଇଛି।
    ବିଲେଇଙ୍କର ଏହି ରୋଗରେ ଧଳା ରକ୍ତ କଣିକା, ପ୍ଲେଟଲେଟ୍ ଏବଂ ଲାଲ ରକ୍ତକଣିକା ଅତିଶୀଘ୍ର କମିଯାଏ। ବିଲେଇଙ୍କୁ ରୋଗ ହେବାର ଏହା ହେଉଛି ମୁଖ୍ୟ କାରଣ । ରୟାଲ ଭେଟେନେରୀ କଲେଜ(ଆରଭିସି) ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ମୋଟ ୫୨୮ ବିଲେଇଙ୍କ ପାଖରେ ଏହି ରୋଗ ହୋଇଥିବା ଜଣାଯାଇଛି। ଏହି ୫୨୮ ଟି ମାମଲା ମଧ୍ୟରୁ ୬୩.୫% ସାଂଘାତିକ। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ବିଲେଇଙ୍କ ମୃତ୍ୟୁର ପ୍ରକୃତ ମାମଲା ରିପୋର୍ଟ ହୋଇଥିବା ମାମଲା ଅପେକ୍ଷା ବହୁତ ଅଧିକ।