- ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। କଥାକାର ପାରମିତା ଶତପଥୀ ପାଇବେ ଶାରଳା ପୁରସ୍କାର। ପଶ୍ଚିମା ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ସେ ଶାରଳା ପୁରସ୍କାର ପାଇବେ। ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। କୋଭିଡ ପାଇଁ ଚଳିତ ବର୍ଷ ଆୟୋଜନ ହେବନି ପୁରସ୍କାର ସମାରୋହ। ସମାରୋହ ଆୟୋଜନ ନହୋଇ ବ୍ୟକ୍ତିଗତଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ୧୯୮୦ରୁ ଏହି ପୁରାସ୍କାର ପ୍ରଦାନ କରାଯାଉଛ। ବଂଶୀଧର-ଇଲା ପଣ୍ଡା ସଙ୍ଗୀତ ଓ କଳା ସମ୍ମାନ ଖୁବଶୀଘ୍ର ପ୍ରଦାନ କରାଯିବ।