ସପ୍ତଗିରି ହେଲେ ଏଆଇସିସି ସମ୍ପାଦକ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କୁ ଅଖୀଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବାବେଳେ ଛତିଶଗଡ଼ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ୱ ମିଳିଛି। ଅଖୀଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀ ଶ୍ରୀ ଉଲ୍ଲାକାଙ୍କୁ ଏହି ନିଯୁକ୍ତି ଦେଇଥିବା ଏଆଇସିସି ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ ସୂଚନା ଦେଇଛନ୍ତି। ସପ୍ତଗିରିଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ୍, ପୂର୍ବତନ ବିଧାୟକ ନିମାଇ ସରକାର, କୋରାପୁଟ ବ୍ଲକ୍ ସଭାପତି ରମେଶ ବାଙ୍କିଆ, କଂଗ୍ରେସ ନେତା ଜଗଦିଶ ଖୋସ୍ଲା, ବାବୁଲା ବେନ୍ୟା, ଗୋପିନାଥ ପଲେଇ ଓ ମନୋଜ ଆଚାର୍ଯ୍ୟ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।