ସ୍ୱେଚ୍ଛାସେବୀଙ୍କ ଦ୍ଵାରା କଟାପାଳି ଗ୍ରାମରେ ସାନିଟାରୀ ନାପକିନ ବଣ୍ଟନ

ବରଗଡ଼,ଏନ୍ଏନ୍ଏସ୍: କରୋନା ପ୍ରଭାବିତ କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବରଗଡ଼ ସହରର କିଛି ସ୍ୱେଚ୍ଛାସେବୀ ନିଜସ୍ୱ ଉଦ୍ୟମରେ ସାନିଟାରୀ ନାପକିନ ବଣ୍ଟନ କରିଛନ୍ତି। ଏଥିରେ ପ୍ରାୟ ୭୦୦ ପ୍ୟାକେଟ୍ ସାନିଟାରୀ ନାପକିନ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଲିପସିତ ମିଶ୍ର, ଅଭିଜିତ ନାୟକ, ଅଭିଜିତ ପାଣିଗ୍ରାହୀ ଓ ଶେଷଦେବ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଯମୁନା ସାହୁ, ପଦ୍ମିନୀ କର, ହଳଧର ସାହୁ, ସନ୍ତୋଷୀ ସାହୁ, ଶୈଳବାଳା ସାହୁ, କଲ୍ୟାଣୀ ମାହାଣା, ବିଭୂତି ଭୂଷଣ ଦାଶ, ସଞ୍ଜୀବ ମହାନ୍ତି ଓ ବିକାଶ ସାହୁ ସହଯୋଗ କରିଥିଲେ।