ଟେନିସରୁ ସନ୍ୟାସ ନେବେ ସାନିଆ

ନୂଆଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସାନିଆ ଟେନିସରୁ ସନ୍ୟାସ ନେବାକୁ ଯାଉଛନ୍ତି । ଦୁବାଇ ଟେନିସ ଚାମ୍ପିଅନସିପରେ ସାନିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ତାରିଖରେ ଆୟୋଜିତ ହେବ ।

ସାନିଆ ମିର୍ଜା ଅବସରକୁ ନେଇ କହିଛନ୍ତି ଯେ, ମୁଁ ଗତ ବର୍ଷରୁ ଅବସରକୁ ନେଇ ଯୋଜନା କରୁଥିଲି । ଡାହଣ କହୁଣୀ ଆଘାତ ଯୋଗୁ ୟୁଏସ ଅପନ ଓ ଅନ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳି ପାରିଲିନି । ମୁଁ ନିଜ ସର୍ତ୍ତରେ ଜୀବନ ଜିଉଁଥିବା ଜଣେ ମଣିଷ । ସେଥିପାଇଁ ମୁଁ ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରିବାକୁ ଚାହୁଁନି । ଆଉ ଏବେ ବି ଟ୍ରେନିଂ କରୁଛି । ଦୁବାଇ ଟେନିସ ଚାମ୍ପିଅନସିପ ପରେ ଅବସର ନେବା ନେଇ ଚିନ୍ତା କରିଛି ।