ସଡ଼କ ସୁରକ୍ଷା ସପ୍ତାହ ଦିବସରେ ଛାତ୍ରଛାତ୍ରୀଙ୍କ ସଚେତନତା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ର ଭଇଷାସ୍ଥିତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା ସପ୍ତାହ ଦିବସର ଶେଷ ଦିନରେ ପାଟଣାଗଡ଼ ରାସ୍ତାଦେଇ ଯାଉଥିବା ବାଟୋଇଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ରାସ୍ତାରେ ହେଲମେଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଓ ଚକେଲେଟ ଦେଇଥିବାବେଳେ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ପିନ୍ଧିବାକୁ କହିବା ସହ ଲିପ୍ଲେଟ ଦେଇ ସଚେତନ କରୁଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ବିକାଶ କଲେଜର ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତା, ଜୁନିଅର ରେଡକ୍ରସର କାଉନସିଲର ଜିତେନ୍ଦ୍ର ଦାସଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, କଲେଜ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।