ଅବସର ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଆନୁଷ୍ଠାନିକ ରୂପେ ପେଶାଦାର ଟେନିସକୁ ଅଲବିଦା କହିଛନ୍ତି । ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରି ସାନିଆ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଅଷ୍ଟ୍ରେଲିଆ ଓପନ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ହେବ ଏବଂ ଏହାପରେ ଅଧିକ ସମୟ ପୁଅ ସହ ବିତାଇବେ ବୋଲି ସାନିଆ କହିଛନ୍ତି ।

ସାନିଆ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ୩୦ ବର୍ଷ ପୂର୍ବରୁ ହାଇଦ୍ରାବାଦର ଏକ ୬ ବର୍ଷୀୟ ଝିଅ ପ୍ରଥମଥର ପାଇଁ ମା’ଙ୍କ ସହ ଟେନିସ କୋର୍ଟ ଯାଇଥିଲା । ସେହି ସମୟରେ ଟେନିସ କେମିତି ଖେଳନ୍ତି କୋଚ ବୁଝାଇଥିଲେ । ମୋତେ ଲାଗିଲା ଟେନିସ ଶିଖିବା ପାଇଁ ମୁଁ ବହୁତ ଛୋଟ ଅଛି । ମୋ ସ୍ୱପ୍ନର ଲଢ଼େଇ ୬ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ, ସାନିଆ ମିର୍ଜା ୱିମେନ୍ସ ଡବଲ୍ସରେ ୩ଥର ଚାମ୍ପିୟାନ ହୋଇଛନ୍ତି । କିନ୍ତୁ ଗ୍ରାଣ୍ଡସ୍ଲାମର ଏକକ ବର୍ଗରେ କୌଣସି ଟାଇଟେଲ ଜିତି ନାହାନ୍ତି ।