ପୂର୍ବତଟ ରେଳବାଇ ଶ୍ରମିକ ଯୁବ ଶାଖାର କ୍ୟାଣ୍ଡଲ ଶୋଭାଯାତ୍ରା

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ପୂର୍ବତଟ ରେଳବାଇ ଶ୍ରମିକ ସଂଘର ଟିଟିଲାଗଡ଼ ଯୁବ ଶାଖା ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ତାଙ୍କ ସ୍ମୃତିରେ ରେଳବାଇ ଶ୍ରମିକ ସଂଘ କର୍ଯ୍ୟାଳୟ ପରିସରରୁ କର୍ମଚାରୀଙ୍କ ଏକ କ୍ୟାଣ୍ଡଲ ଶୋଭାଯାତ୍ରାରେ ବାହାରିଥିଲା । ସଂଗଠନର ମହାମନ୍ତ୍ରୀ ପ୍ରଦୀପ ପାଟଶାଣୀଙ୍କ ନିଷ୍ପତ୍ତି ତଥା ଜୋନାଲ ଯୁବ ସଂଯୋଜକ ଅମିତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଶ୍ରମିକ ରେଳବାଇର ନୂତନ ପେନସନ ନୀତିକୁ ବିରୋଧ କରାଯାଇଥିଲା । ନୂତନ ପେନସନ ନୀତିକୁ ତୁରନ୍ତ ଅପସାରଣ କରି ପୁରୁଣା ପେନସନ ନୀତିକୁ ଲାଗୁ କରିବା ପାଇଁ ଶ୍ରମିକ ସଂଘ ଯୁବ ଶାଖା ଦାବି କରିଛି । ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଶାଖା ଶ୍ରମିକ ସଂଘର ସଭାପତି ଘନଶ୍ୟାମ ମିଶ୍ର, ସମ୍ପାଦକ ମାନସ ରଣା, ଯୁବ ସଂଯୋଜକ ଅରୂପାନନ୍ଦ ଦାଶ, ଆନ୍ଦୀପ ସିଂ, ପିଣ୍ଟୁ ଯାଦବ, ମହେଶ ପାଶ୍ୱାନ, ଅଭିଷେକ ସିଂ, ଦୀପକ ଦାଶ ଓ ମାନସ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।