ବିଜୁ ମହିଳା ଜନତା ଦଳର ସମ୍ବର୍ଦ୍ଧନା ସଭା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ବିଜୁ ମହିଳା ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ନଗର ବିଜେଡି ସଭାପତି ପ୍ରମୋଦ ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ଜିଲ୍ଲା ମହିଳା ବିଜେଡି ସଭାପତି ମଞ୍ଜୁଳା ମାଝୀ, ମହିଳା ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ନିବେଦିତା ମହାନ୍ତି ଓ ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାର ମହିଳାଙ୍କୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବା ସହ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିଛନ୍ତି। ବିନା ସୁଧରେ ୫ଲକ୍ଷ ଟଙ୍କାର ଋଣ ପ୍ରଦାନ ଭଳି କାର୍ଯ୍ୟ କରିଛନ୍ତି । ମହିଳାମାନେ ବିଜେଡିକୁ ଆଗକୁ ସଶକ୍ତ କରିବା ଆବଶ୍ୟକ ରହିଛି ବୋଲି ମୁଖ୍ୟଅତିଥି ଶ୍ରୀ ପ୍ରଧାନୀ କହିଛନ୍ତି । ପୌରାଞ୍ଚଳର ମହିଳା ଭୋଟ ହାତେଇବା ଲକ୍ଷ୍ୟରେ ବିଜେଡି ପକ୍ଷରୁ ଅଗ୍ରାଧିକାର ଦିଆଯାଉଥିବା ନେତାମାନେ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ପୌରାଞ୍ଚଳ ମହିଳା ବିଜେଡି ସଭାପତି ରିତା ସୌରା, ଉପସଭାପତି କାମିନୀ ପାଢ଼ୀ ଓ ରଞ୍ଜିତା ପଣ୍ଡା ଆଦି କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇ ସମ୍ୱର୍ଦ୍ଧନା ଦିଆଯାଇଛି । ଶେଷରେ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା ଧନ୍ୟବାଦ ଦେଇଥିଲେ ।