ଛାଡ଼ପତ୍ର ଖବର ମଧ୍ୟରେ ଆସୁଛି ‘ଦି ମିର୍ଜା ମଲ୍ଲିକ’ ଶୋ’

ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ କ୍ରୀଡ଼ା ଜଗତରେ ପାୱାର କପଲ ଭାବେ ବେଶ୍ ପରିଚିତ । କିନ୍ତୁ ନିକଟରେ ସାନିଆ ଓ ସୋଏବ ତାଙ୍କ ୧୦ ବର୍ଷର ବିବାହ ବନ୍ଧନକୁ ଭାଙ୍ଗି ଛାଡ଼ପତ୍ର ନେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଇତିମଧ୍ୟରେ ଉଭୟ ସୋଏବ ଓ ସାନିଆଙ୍କୁ ଟୋକ୍ ଶୋ’ ‘ଦି ମିର୍ଜା ମଲ୍ଲିକ’ରେ ଏକାଠି ଦେଖିବାକୁ ମିଳିବ । ଏହି ଶୋ’ଟି ପାକିସ୍ତାନୀ ଚ୍ୟାନେଲରେ ପ୍ରସାରିତ ହେବ ।

ସୂଚନାଯୋଗ୍ୟ, ସାନିଆ ମିର୍ଜା ଓ ସାଏବ ମଲ୍ଲିକଙ୍କ ନୂଆ ଶୋ’କୁ ନେଇ କିଛି ଫ୍ୟାନ୍ ଖୁସି ଜାହିର କରଛନ୍ତି । ଅନ୍ରପଟେ ଆଉ କେତେକ ଫ୍ୟାନ ଛାଡ଼ପତ୍ର ଖବରକୁ ପବ୍ଲିସିଟି ଷ୍ଟଣ୍ଟ କହିଛନ୍ତି । ଏହି ଶୋ’ ସମ୍ବନ୍ଧରେ ସୋଏବ ମାର୍ଚ୍ଚ ୨୦୨୨ରେ ଘୋଷଣା କରିଥିଲେ ।