୧୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଖପ୍ରାଖୋଲ ପୁଲିସ, ୩ ସର୍ଦ୍ଦାର ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ପୁଲିସ ଗୁର୍ଜିଭଟା ଗାଁ ନିକଟରୁ ୧୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୩ଜଣ ସର୍ଦ୍ଦାରଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସଞ୍ଜୟ ମହାନନ୍ଦ, ଅନନ୍ତ କୁମ୍ଭାର ଓ କେତନ ମହାନନ୍ଦ । ସମ୍ପୃକ୍ତ ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ରାମପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୪ଜଣ ପୁରୁଷ, ୩ଜଣ ମହିଳା, ଜଣେ ନାବାଳିକା ଓ ୨ଜଣ ଶିଶୁ ରହିଛନ୍ତି । ଏମାନେ ଲାଠୋର ରେଳ ଷ୍ଟେସନକୁ ଯାଉଥିବାବେଳେ ଖବର ପାଇ ଖପ୍ରାଖୋଲ ପୁଲିସ ଏଏସଆଇ ଗୋପୀନାଥ ମହାକୁଡ଼ଙ୍କ ସହ ପୁଲିସ କର୍ମଚାରୀମାନେ ଧରିବାରେ ସଫଳ ହୋଇଥିଲେ । ଉଦ୍ଧାର ଶ୍ରମିକମାନେ କାମ ଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଖପ୍ରାଖୋଲ ପୁଲିସ ନିଜ ନିଜ ଗାଁକୁ ପଠାଇ ଦେଇଛି ।