ଶନି ମନ୍ଦିର ପରିଚାଳନା କମିଟି ଗଠିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ସହର ମୁଖ୍ୟସ୍ଥଳୀରେ ଥିବା ଶନି ମନ୍ଦିରର ସୁପରିଚାଳନା ନିମନ୍ତେ ଆଜି ଏକ ପରିଚାଳନା କମିଟି ଗଠିତ ହୋଇଯାଇଛି। ସନ୍ଧ୍ୟାରେ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଉପସ୍ଥିତ ସଦସ୍ୟ ମାନେ ଶନି ମନ୍ଦିର ସୁପରିଚାଳନା ନିମନ୍ତେ ବିଭିନ୍ନ ଆଲୋଚନା କରିବା ସହ ଆଗାମୀ ଦିନର କାର୍ଯ୍ୟ ପନ୍ଥା ନିର୍ଧାରଣ କରିଥିଲେ। ଏହି ମନ୍ଦିର ଅବସରରେ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯଇଥିଲା।

ଏଥିରେ ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଡାକ୍ତର ମନୋଜ କୁମାର ଉପାଧ୍ୟାୟ, ଉପ ସଭାପତି ଭାବେ ଡାକ୍ତର ମନୋରଞ୍ଜନ ସାମଲ, ସମ୍ପାଦକ ଭାବେ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, କୋଷାଧ୍ୟକ୍ଷ ଭାବେ ଅବସର ପ୍ରାପ୍ତ କଲେଜ ଅଧ୍ୟାପକ ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ଆଇନଜୀବୀ ମନୋଜ କୁମାର ପାଢ଼ୀ, ଯୁବ ନେତା ତଥା ସ୍ବେଛାସେବୀ ରାଜକିଶୋର ଦାସ, ରାଜକୁମାର ଅଗ୍ରୱାଲ, ଦିଲ୍ଲୀପ କୁମାର ବରାଇ ଓ ଅଶୋକ କୁମାର ମିଶ୍ରଙ୍କୁ ମନୋନୀତ କରାଯଇଥିଲା।

ମନୋନୀତ ନୂତନ କର୍ମକର୍ତ୍ତା ମାନେ ଆଗାମୀ ଦିନରେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ପ୍ରୟାସ ଜାରି ରଖିବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।