ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ ପରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମୁହଁ ଖୋଲିଛନ୍ତି। ସୋସିଆଲ ମିଡିଆରେ ସମ୍ବିତ ନିଜର ମତ ପ୍ରକାଶ କରି କହିଛନ୍ତି ପୁରୀ ପାଇଁ ସେ ପରିଚୟ ପାଇଛନ୍ତି। ଲେଖାଶ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ନଦେଇ ଚତୁରତାର ସହ ପ୍ରସଙ୍ଗକୁ ପ୍ରସମିତ କରିବାକୁ ସମ୍ବିତ ଭିଡ଼ିଓ ଜାରି କରିଥିବା ଅନୁମାନ କରାଯାଉଛି।
ଜଗନ୍ନାଥ ଧାମ ପୁରୀ ପାଇଁ ଓଡିଶା ପରିଚିତ। ପୁରୀ ଧାମ ସମଗ୍ର ଭାରତ ଏବଂ ଓଡିଶାର ଗର୍ବ ।
କରୋନାର SOP ଅନୁସରଣ କରି ଭକ୍ତମାନଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଦ୍ୱାର ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ।
ଜୟ ଜଗନ୍ନାଥ🙏 pic.twitter.com/7os8khOp1P— Sambit Patra (@sambitswaraj) November 18, 2020