ଓଡିଶା-ଆନ୍ଧ୍ର ସୀମା ବିବାଦ, ଆଲୋଚନା ପରେ ହଟିଲା ରାସ୍ତା ଅବରୋଧ

କୋରାପୁଟ, ଏନ୍ଏନଏସ୍: ଓଡିଶା ଓ ଆନ୍ଧ୍ରପ୍ରଦେଶର ରାଜସ୍ୱ ବିଭାଗ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବାପରେ ପଟ୍ଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତର ସୀମାନ୍ତ ସୁନାବେଡାରେ ଲାଗି ରହିଥିବା ଓଡିଶା-ଆନ୍ଧ୍ର ସୀମା ବିବାଦର ସାମୟିକ ସମାଧାନ ହୋଇ ପାରିଛି। ଆଲୋଚନା ପରେ ବୁଧବାର ରାସ୍ତା ଅବରୋଧ ହଟିଥିବା ଜଣା ପଡିଛି। ସୂଚନା ଅନୁଯାୟୀ, ବୁଧବାର ଆନ୍ଧ୍ରପ୍ରଦେଶ ପାଡେରୁ ଉପ-ଜିଲ୍ଲାପାଳ , ଡୁମୁରିଗୁଡା ତହସିଲଦାର , କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ , ସୁଶ୍ରୀ ସାଗରିକା ଷଡ଼ଙ୍ଗୀ , ପଟ୍ଟାଙ୍ଗୀ ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା , ରାଜସ୍ୱ ସୁପରଭାଇଜର ରଘୁନାଥ ଖଟେଇ, ବିଭାଗୀୟ ଅଧିକାରୀ ବିଳାସ ରାଜ ଭତ୍ରା , ଭାସ୍କର ଡାକୁଆ , ପୁକାଲି ରାଜସ୍ୱ ନିରୀକ୍ଷକ ଶୋଭା ହରିଜନ ,ପୁଲିସ୍ ଏସଆଇ ସଞ୍ଜୟ ପୋଡାସେଠୀ ଓ ଫରେଷ୍ଟର ପ୍ରକାଶ ରଥ ପ୍ରମୁଖ ଆଲୋଚନା ଦୁଇ ରାଜ୍ୟର ସୀମା ସମ୍ପର୍କିତ ପକ୍ଷ ରଖିଥିଲେ। ଦୁଇ ରାଜ୍ୟର ସୀମାନ୍ତରେ ଲାଗିଥିବା ସୂଚନା ଫଳକକୁ ସମ୍ପୃକ୍ତ ରାଜ୍ୟ ସୀମା ଭିତରେ ସ୍ଥାପନା କରା ଯାଇଛି।