ମାଇକଞ୍ଚ ଠାରେ ସହିଦ ଦିବସ ପାଳିତ

ରାୟଗଡ଼ା, ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ଠାରେ ଜଳ, ଜମି, ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବିଦେଶୀ କମ୍ପାନୀ ବିରୋଧରେ ଲଢେଇ କରି ତିନିଜଣ ସ୍ଥାନୀୟ ବାସିନ୍ଦା ଦାମୋଦର, ଅଭିଳାଷ ଓ ରଘୁନାଥ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ଆଜି ସେହି ଆଦିବାସୀଙ୍କ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ମାଇକଞ୍ଚ ସହିଦ ସ୍ତମ୍ଭ ଓ ବାଗ୍ରୀଝୋଲାଠାରେ ୨୦ତମ ସହିଦ ଦିବସ ପାଳିତ ହୋଇଯାଇଛି। ସୂଚନା ଯୋଗ୍ୟ, କାରଖାନା ପ୍ରତିଷ୍ଠାକୁ ବିରୋଧ କରି ପ୍ରାକୃତିକ ସୁରକ୍ଷା ମଞ୍ଚର ତିନି ଆଦିବାସୀଙ୍କ ମଧ୍ୟରୁ ମାଇକଞ୍ଚ ଗ୍ରାମର ଅଭିଳାସ ଝୋଡିଆ ଏବଂ ବାଗ୍ରୀଝୋଲା ଗ୍ରାମର ଦାମଦୋର ଝୋଡିଆ, ରଘୁନାଥ ଝୋଡିଆ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାପରେ ମୃତ ବ୍ୟକ୍ତିଙ୍କ ସ୍ମୃତି ନିମନ୍ତେ ପ୍ରତିବର୍ଷ ମୃତ ପରିବାରଲୋକେ ଏବଂ ସଂଗ୍ରାମୀମାନେ ଏକତ୍ରିତ ହୋଇ ଏହି ସହିଦ ଦିବସ ପାଳିଥାନ୍ତି।