ଜାଲ ନୋଟ୍ ଜବତ, ୨ ଅଟକ

ବାରିପଦା, ଏନ୍ଏନ୍ଏସ୍: ଝାଡ଼ଖଣ୍ଡ ରାଜ୍ୟରୁ ବାରିପଦା ସହର ପର୍ଯ୍ୟନ୍ତ ଲମ୍ବିଛି ଜାଲ ନୋଟ କାରବାରର ଚେର। ଟାଉନ ଥାନା ପୁଲିସ ବିପୁଳ ପରିମାଣର ନକଲି ନୋଟ୍ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି । ସେମାନଙ୍କ ଠାରୁ ୧୧୦ ଖଣ୍ଡ ୫ ଶହ ଟଙ୍କିଆ ଜାଲ ନୋଟ୍ ଓ ୩୦୦ ଖଣ୍ଡ ଶହେ ଟଙ୍କିଆ ଏହିପରି ମୋଟ ୮୫ ହଜାର ନକଲି ନୋଟ ଜବତ କରିବାସହ ୨ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରାଯାଇଛି । ଏହି ଜାଲ ନୋଟ କାରବାରରେ ମୟୂରଭଞ୍ଜ ଜିଲ୍ଲାର ଅଧିକ ବ୍ୟକ୍ତି ଜଡ଼ିତ ଥିବାସହ ରାଜ୍ୟ ବାହାରୁ ମଧ୍ୟ ବଡ଼ ର୍ୟାକେଟ ଜଡ଼ିତ ଥିବା ଜଣାପଡିଛି। ତେବେ ଏହି ଦୁଇଜଣ ଝାଡ଼ଖଣ୍ଡ ରାଜ୍ୟ ବହଡାଗୁଡା ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ବାରିପଦା ଟାଉନଥାନାରେ ମାମଲା ରୁଜୁ କରି ପୁଲିସ ବାରିପଦା ସହରରେ ରହୁଥିବା ବହାଡ଼ାଗୁଡା ଅଞ୍ଚଳର ରାସବିହାରୀ ରଣା ଓ ରାଖହରୀ ରଣା ନାମକ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛି ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।