କିଭ୍,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଆଜି ୨୬ ଦିନରେ ପହଞ୍ଚିଛି। ରୁଷିଆ ସେନା ସୋମବାର ହାଇପରସୋନିକ ଓ କ୍ରୁଜ ମିସାଇଲ ଦ୍ୱାରା ୟୁକ୍ରେନ୍ର ସେନା ଠିକାଣାକୁ ଟାର୍ଗେଟ କରିଛନ୍ତି। ୟୁକ୍ରେନ୍ ବିଚ୍ଛିନ୍ନତାବାଦୀ କମାଣ୍ଡର ସେରଗାଇ ମାଶକିନ୍କୁ ନିହତ କରିଛି। ସେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ଡିପିଆର କମାଣ୍ଡର ଥିଲା।
ୟୁକ୍ରେନ୍ର ରାଜଧାନୀ କିଭ୍ରୁ ଏକ ବଡ଼ ଖବର ଆସିଛି। ଏଠାରେ ଏକ ଶପିଂ ମଲ୍ରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡ ବହୁ ଦୂରରୁ ଦେଖାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏହା ପୂର୍ବରୁ ରୁଷିଆର ସେନା ୟୁକ୍ରେନ୍ର ସେନାକୁ କହିଥିଲା ଯେ, ମାରିୟୁପୋଲରେ ଆତ୍ମସମର୍ପଣ କରିଦେଉ। କିନ୍ତୁ ରୁଷିଆର ଏହି ପ୍ରସ୍ତାବକୁ ୟୁକ୍ରେନ୍ ମନା କରାଦେଇଥିଲା।
ୟୁକ୍ରେନ୍ର ରାଷ୍ଟୟପତି ଭୋଲୋଦିମୀର ଜେଲେନ୍ସ୍କି ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆଲୋଚନା ଯଦି ବିଫଳ ହେବ, ତା’ହେଲେ ଏହାର ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ସୁନିଶ୍ଚିତ। ରୁଷିଆ ଲଗାତାର ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କର ଏହି ବୟାନ ଆସିଛି। ଏହା ପୂର୍ବରୁ ଜେଲେନ୍ସ୍କି ରୁଷିଆର ରାଷ୍ଟ୍ରପତିଙ୍କୁ ଯୁଦ୍ଧ ବନ୍ଦ କରିବାକୁ ସିଧାସଳଖ ଆଲୋଚନା କରିବାକୁ ଅପିଲ କରିଥିଲେ।