ବିଶ୍ୱବ୍ୟାପୀ କରୋନାଜନିତ ମୃତ୍ୟୁ ୬୧ ଲକ୍ଷ ଟପିଲା, ୪୭.୭ କୋଟି ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱବ୍ୟାପୀ କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟା ୬୧ ଲକ୍ଷ ଟପିଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪୭ କୋଟି ଅତ୍ରିକମ କରିଛି। ଦକ୍ଷିଣ କୋରିଆ, ଚୀନ, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇଟାଲି ଜର୍ମାନୀ ପ୍ରମୁଖ ଦେଶଗୁଡ଼ିକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ କରୋନା ନୂଆ ରେକର୍ଡ କରିଛି। ଭାରତରେ କରୋନା ନିୟନ୍ତ୍ରିତ ହୋଇଥିବା ବେଳେ ଚୀନବାସୀଙ୍କର ଚିନ୍ତା ବଢ଼ାଇଛି।

ବିଶ୍ୱରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୧୨ ହଜାର ୪୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୮ଲକ୍ଷ ୨୦ ହଜାର ୭୦୪ ଜଣ ସୁସ୍ଥ ହୋଇଛନ୍ତି। ୨୮୨୩ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ଏପର୍ଯ୍ୟନ୍ତ ୮ କୋଟି ୧୪ ଲକ୍ଷ ୭ହଜାର ୮୦୪ଜଣ ସଂକ୍ରମିତ ହୋଇଛନ୍ତି। ଏଥିରୁ ୬ କୋଟି ୨୯ ଲକ୍ଷ ୨ ହଜାର ୫୪୦ ଜଣ ସୁସ୍ଥ ହୋଇଥିଲା ବେଳେ ୯ ଲକ୍ଷ ୯୭ ହଜାର ୯୨୭  ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୪୭ କୋଟି ୭ ଲକ୍ଷ ୮୪ ହଜାର ୫୨୧ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୦ କୋଟି ୬୯ ଲକ୍ଷ ୧୫ ହଜାର ୯୦୦ ଜଣ ସୁସ୍ଥ ହୋଇଥିଲା ବେଳେ ୬୧ ଲକ୍ଷ ୪୭୭ ଜଣଙ୍କର ମୃତ୍ୟୁ ହୋଇଛି। ୫ କୋଟି ୭୭ ଲକ୍ଷ ୬୮ ହଜାର ୧୪୪ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୬୨ ହଜାର ୨୫୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।