ରାୟଗଡା,ଏନ୍ଏନ୍ଏସ୍: ଆନ୍ଧ୍ର ଓଡ଼ିଶା ରାଜ୍ୟ ସୀମାରେ ଚାଲୁଥିବା ସଂଗରୋଧ କେନ୍ଦ୍ର ପରିଦର୍ଶନ କଲେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ଜିଲ୍ଲାପାଳ। ଏପରିକି ପୂର୍ବହ୍ଣରେ ପ୍ରସ୍ତୁତ ରନ୍ଧା ଖାଦ୍ୟ ସଂଗରୋଧ ବ୍ୟକ୍ତିଙ୍କୁ ପରଶିଲେ। ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆଜ ରେରେଡ଼ା ଠାରୁ ରାୟଗଡ଼ା ମଧ୍ୟରେ ହୋଇଥିବା ବିଭିନ୍ନି ସଂଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତ ସମୀକ୍ଷା କରିଛନ୍ତି।
କରୋନା ମହାମାରୀ ସଂକ୍ରମଣ ରୋକିବା ନେଇ ଜିଲାପ୍ରଶାସନ ଦ୍ୱାର ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ସେମାନଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ଜିଲ୍ଲାପାଳ ଶ୍ରୀ ବେହେରା। ସ୍ଥାନୀୟ ପେଟଂ ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଗରୋଧକେନ୍ଦ୍ରକୁ ଜିଲାପାଳ ପ୍ରଥମେ ଗସ୍ତ କରି ଅନ୍ତେବାସୀଙ୍କୁ ଭେଟି ସମସ୍ତଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଶ୍ରୀ ବେହେରା ପଡୋଶୀ ସୀମାନ୍ତ କେରେଡାଠାରେ ପହଞ୍ଚି ସୀମା ସୁରକ୍ଷାକୁ ତନଖି କରିଥିଲେ।
