୭ଜଣ କରୋନା ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ

ରାୟଗଡ଼ା,ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ ଆରଏମଆରସି ପରିକ୍ଷା କେନ୍ଦ୍ରକୁ କରୋନା ସନ୍ଦିଗ୍ଧ ରାୟଗଡ଼ାର ୭ଜଣ ବ୍ୟକ୍ତିଙ୍କ ସ୍ୱାବ ପଠାଯାଇଥିଲା। ଉକ୍ତ ୭ଜଣଙ୍କ ସ୍ୱାବ ନମୁନାରେ କରୋନା ଭୂତାଣୁ ନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଆର୍ତବନ୍ଧୁ ନାୟକ ସ୍ପଷ୍ଟ କରିଛନ୍ତି। ତେଣୁ କରୋନାକୁ ନେଇ ଆତଙ୍କିତ ନହୋଇ ସଚେତନ ରହିଲେ ଏହି ସଂକ୍ରମଣ ବ୍ୟାପିବାକୁୁ ରୋକାଯାଇ ପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ନାୟକ କହିଛନ୍ତି।