ଚୋରି ସୁନା ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଚୋରି ହୋଇଥିବା ସୁନା ଅଳଙ୍କାର ଓ ମୋବାଇଲ୍ ଫୋନ ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ସୁନାବେଡା ପୁଲିସ। ସୂଚନା ଅନୁସାରେ ସେମିଲିଗୁଡା ନେହେରୁ ନଗରର ଆର. ରବି କୁମାର ଆନ୍ଧ୍ର ପ୍ରଦେଶକୁ ଆଖି ଅପରେସନ୍ କରିବାକୁ ଯାଇଥିବାବେଳେ ତାଙ୍କ ଘରେ ଚୋରି ହୋଇଥିଲା। ରବି କୁମାର ଫେରିବା ପରେ ଘଟଣା ଜାଣି ସୁନାବେଡା ଥାନାରେ ଅଭିଯୋଗ କରିଥିଲେ।

ସୁନାବେଡା ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପୁଲିସ ଚୋରି କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୭ ତୋଳା ୬୪୦ ମିଲିଗ୍ରାମ୍ ସୁନା ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁନାବେଡା ଥାନା ଅଧିକାରୀ ଭୀମସେନ ନାୟକ ସୂଚନା ଦେଇଛନ୍ତି।