୫ ଦିନ ହେଲା ଚାଲିପାରୁନି ବିଧାନସଭା, ଆଜି ଦିନ ୧୨ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଗାତାର ୫ ଦିନ ହେଲା ଚାଲିପାରୁନାହିଁ ବିଧାନସଭା। ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଓ ଶାସକ ଦଳ ସଦସ୍ୟ ହଟ୍ଟଗୋଳ କରିଥିଲେ। ଏନେଇ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ଗୃହ ଆରମ୍ଭ ହେବା ସମୟରେ ଶାସକ ଓ ବିରୋଧୀ ଦଳର ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ହଟ୍ଟଗୋଳ କରୁଥିବା ବେଳେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳ ସଦସ୍ୟ ହୋହାଲ୍ଲା କରିଥିଲେ। ତେବେ ଶାସକ ଓ ବିରୋଧୀ ଦଳ ନିଜ ଜିଦରେ ଅଟଳ ରହିବାରୁ ଗୃହକାର୍ଯ୍ୟ ଚାଲିପାରୁନାହିଁ।