ପାର୍ବଣ ଋତୁରେ ଭ୍ରମଣକାରୀଙ୍କ ପାଇଁ ରେଲୱେର ଗାଇଡଲାଇନ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ଯୋଗୁଁ ଦେଶରେ ମାର୍ଚ୍ଚ ମାସରୁ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ପରେ ଲୋକମାନଙ୍କ ଯାତାୟାତରେ ଅସୁବିଧା ହେବାରୁ ରେଲୱେ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇ କେତୋଟି ଟ୍ରେନ ସେବା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଆୟତକୁ ଆସୁଥିବାବେଳେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଲୋକମାନେ ଅନେକ ମାତ୍ରାରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି। କିନ୍ତୁ ଚଳିତ ଥର କରୋନା ଭୂତାଣୁ ହୋଇଥିବାବେଳେ ରେଳ ସୁରକ୍ଷା ବଳ ଯାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି।

୧) ଯାତ୍ରା ସମୟରେ ମାସ୍କ ନପିନ୍ଧିବା।
୨) ସାମାଜିକ ଦୂରତା ବଜାୟ ରଖିବା ନାହିଁ ।
୩) କୋଭିଡ୍ ପଜିଟିଭ୍ ବ୍ୟକ୍ତି ଟ୍ରେନରେ ଯାତ୍ରା କରିବା।
୪) ଅପେକ୍ଷାରେ ଥିବା କରୋନା ଭାଇରସର ରେଜଲ୍ଟ ନେଇ ରେଲୱେ ଅଞ୍ଚଳ କିମ୍ବା ଷ୍ଟେସନକୁ ଆସିବା କିମ୍ବା ଏକ ଟ୍ରେନରେ ଯାତ୍ରା କରିବା।
୫) ସର୍ବସାଧାରଣ ସ୍ଥାନରେ ଛେପ ପକାଇବା।
୬) ରେଳବାଇର ସ୍ୱାସ୍ଥ୍ୟ ଚେକ ଅପ୍ ଟିମ ଦ୍ୱାରା ଯାତ୍ରାକୁ ବରଣ ସତ୍ତେ୍ୱ ଟ୍ରେନରେ ଯାତ୍ରା କରିବା।
୭) ଅପରିଷ୍କାର ଓ ଅସ୍ୱାସ୍ଥ୍ୟ ପରିସ୍ଥିତି ସୃଷ୍ଟି କରି ଅନ୍ୟଲୋକଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା।
୮) କରୋନା ଜୀବାଣୁ ବିସ୍ତାର ରୋକିବା ପାଇଁ ରେଳ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ ନକରିବା।
୯) କରୋନା ଭୂତାଣୁ ବିସ୍ତାରରେ ସାହାଯ୍ୟ କରୁଥିବା କୌଣସି କାର୍ଯ୍ୟ କରିବା।

ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତି ଜାଣିସୁଣି ଏହି କାର୍ଯ୍ୟ କରିଥାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଧାରା ୧୪୫, ୧୫୩ ଏବଂ ୧୫୪ ଅଧୀନରେ ଜେଲ କିମ୍ବା ଜୋରିମାନା ଦଣ୍ଡିତ କରାଯିବ।