ବନବିଭାଗ ଦ୍ୱାରା ୧୦ ଫୁଟର ଅଜଗର ସାପ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍ ବେଗନା ଗ୍ରାମରୁ ଏକ ୧୦ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇ ଅଟେଇ ସଂରକ୍ଷିତ ଜଙ୍ଗଲରେ ପାଟଣା ବନବିଭାଗ ଛାଡିଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି। ବେଗନା ଗ୍ରାମର ଭଜ ହରି ସେଠୀଙ୍କ ବାଡ଼ିରୁ ଏହି ସାପକୁ ଉଦ୍ଧାର କରାଯାଇଛି। ଭଜହରି ବାଡ଼ିରେ ପ୍ଲାଷ୍ଟିକ ଜାଲି ଘେରାଉ କରିଥିଲେ। ସାପଟି ଉକ୍ତ ଜାଲରେ ଦୀର୍ଘ ଘଣ୍ଟା ଧରି ଫସିରହିଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଖବରଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ହେଲେ ପ୍ଲାଷ୍ଟିକ ଜାଲରେ ସାପଟି ଫସି ରହିଥିବାରୁ ଶରୀରର କିଛି ଅଂଶରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି।