ମହାରାଷ୍ଟ୍ରରେ ଏବେ ଖୋଲିବନି ଧାର୍ମିକ ସ୍ଥଳୀ: ଅକ୍ଟୋବର ୧୯ରେ ଚାଲିବ ମେଟ୍ରୋ ଟ୍ରେନ

ମହାରାଷ୍ଟ୍ର,ଏଜେନ୍ସି: ମହାରାଷ୍ଟ୍ରରେ ‘ବିଗିନ ଏଗେନ’ ଗାଇଡଲାଇନ ଜାରି ରହିଥିବାବେଳେ ମେଟ୍ରୋ ସମେତ ଅନେକ ସୁବିଧା ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଉଦ୍ଧବ ଠାକରେ ସରକାର ଏପର୍ଯ୍ୟନ୍ତ ମନ୍ଦିର ଖୋଲିବାକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ଧାର୍ମିକ ସ୍ଥଳୀ ଖୋଲିବାକୁ ନେଇ ରାଜ୍ୟ ସରକାର ଓ ବିଜେପ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଧାର୍ମିକ ସ୍ଥଳୀ ଖୋଲିବା ପାଇଁ ଅନୁରୋଧ କରିଥିଲେ। ଏହି ପତ୍ରରେ ଲେଖା ହୋଇଥିବା ଶବ୍ଦକୁ ନେଇ ମଧ୍ୟ କ୍ଷମତାଧାରୀ ସରକାର ଆପତ୍ତି ଜାହିର କରିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାର ଚରଣବଦ୍ଧସ୍ତରରେ ଟ୍ରେନ ଚଳାଇବାକୁ ପଦକ୍ଷେପ ନେଇଛି। ସରକାରଙ୍କଠାରୁ ଅନୁମତି ମିଳିବା ପରେ ମୁମ୍ବାଇ ମେଟ୍ରୋ କହିଛି ଯେ, ସହରରେ ଅକ୍ଟୋବର ୧୯ରେ ଟ୍ରେନ ପରିଚାଳନା ଆରମ୍ଭ କରାଯିବ।