ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କରୋନା ପଜିଟିଭ୍ ଚିହ୍ନଟ, ବିସିସିଆଇ ଦେଲା ସୂଚନା

ଇଂଲଣ୍ଡ,ଏଜେନ୍ସି: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ପାଇଁ କରୋନା କାଳ ଭାବେ ଛିଡ଼ାହୋଇଛି। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶନିବାର (ଜୁନ ୨୫)ରେ ହୋଇଥିବା ରାପିଡ ଆଣ୍ଟିଜେନ ଟେଷ୍ଟରେ ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟୁଇଟ କରି ଏହି ସୂଚନା ଦେଇଛି।

ବିସିସିଆଇ ଲେଖିଛି ଯେ, ଅଧିନାୟକ ରୋହିତ ଶର୍ମା ଶନିବାର ଆୟୋଜିତ ରାପିଡ ଆଣ୍ଟିଜେନ ଟେଷ୍ଟରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସେ ଟିମ୍ ହୋଟେଲରେ ଆଇସୋଲେଶନରେ ଅଛନ୍ତି। ବିସିସିଆଇର ମେଡିକାଲ ଟିମ ତାଙ୍କ ଉପରେ ନଜର ରଖୁଛନ୍ତି।

ସୂଚନାଯୋଗ୍ୟ, ରୋହିତ ଶର୍ମା ଲିସେଷ୍ଟରଶାୟର ବିପକ୍ଷରେ ଭାରତୀୟ ଟିମ୍‌ର ଅଭ୍ୟାସ ମ୍ୟାଚରେ ସାମିଲ ଥିଲେ। କିନ୍ତୁ ସେ ତୃତୀୟ ଦିନରେ ଖେଳ ସମୟରେ ଭାରତ ପାଇଁ ବ୍ୟାଟିଂ କରିବାକୁ ଆସି ନଥିଲେ। ପ୍ରଥମ ଦିନ ସେ ବ୍ୟାଟିଂ କରିବାକୁ ଆସିଥିଲେ। ଆଉଟ ହେବା ପୂର୍ବରୁ ୨୫ ରନ୍ କରିଥିଲେ।