ସନ୍ୟାସ ପରେ ବି ଟେନିସ ସହ ଜଡ଼ିତ ରହିବେ ଫେଡେରର

ନୂଆଦିଲ୍ଲୀ: ସ୍ୱିସ୍ ଟେନିସ ଖେଳାଳୀ ରୋଜର ଫେଡେରର ସନ୍ୟାସ ନେବା ପରେ ବି ଟେନିସ ସହ ଜଡ଼ିତ ରହିବେ । କିନ୍ତୁ ଏପର୍ଯ୍ୟନ୍ତ ସେ କୌଣସି ବିଶେଷ ଯୋଜନା ପ୍ରସ୍ତୁତ କରିନାହାନ୍ତି । ଏନେଇ ନିଜେ ଫେଡେରର ସୂଚନା ପ୍ରଦାନ କରିଛନ୍ତି ।

ରୋଜର ଫେଡେରର କହିଛନ୍ତି ଯେ, ମୁଁ କଦାପି ଟେନିସରୁ ଦୂରେଇ ରହି ପାରିବିନି ବୋଲି ପ୍ରଶଂସକଙ୍କୁ ଜଣାଇବାକୁ ଚାହୁଁଛି । ଟେନିସ ମୋତେ ବହୁତ କିଛି ଦେଇଛି । ମୁଁ ଲମ୍ବା ସମୟ ପର୍ଯ୍ୟନ୍ତ ଟେନିସ ସହ ଜଡ଼ିତ ରହିଛି । ମୋତେ ଲୋକଙ୍କୁ ଦେଖିବାକୁ ଭଲ ଲାଗେ । ମୁଁ ସମସ୍ତଙ୍କୁ କହିବାକୁ ଚାହେଁ କି ସେମାନେ ମୋତେ ପୁଣି ଦେଖିବେ ।

ସୂଚନାଯୋଗ୍ୟ, ୪୧ ବର୍ଷୀୟ ଫେଡେରର ସେପ୍ଟେମ୍ବର ୨୩ରୁ ୨୫ ମଧ୍ୟରେ ଲଣ୍ଡନରେ ହେବାକୁ ଥିବା ଲେବର କପ ପରେ ଗ୍ରାଣ୍ଡ ସ୍ଲାମ ଓ ଏଟିପି ଟୁରରୁ ସନ୍ୟାସ ନେବେ । ୨୦ଥର ଗ୍ରାଣ୍ଡସ୍ଲାମ ଜିତିଥିବା ଫେଡେରର ଏଥର କେବଳ ଗୋଟିଏ ଯୁଗଳ ମ୍ୟାଚ ଖେଳିବେ ।