ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଝରିଗାଁ ବ୍ଲକ ଅନ୍ତର୍ଗତ ଗୁରିଶିଙ୍ଗା ପଞ୍ଚାୟତର କୁସୁମି ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେଡିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୧୩୭ ଜଣ କଂଗ୍ରେସ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଗୁରୁବାର ବିଜେଡିରେ ମିଶିଛନ୍ତି। ପୂର୍ବତନ ସରପଞ୍ଚ ଭୁବନ ପୁଜାରୀ ଓ ମିଲିକା ପୂଜାରୀ, ୱାର୍ଡ ମେମ୍ବର ଦୀନବନ୍ଧୁ ନିଙ୍ଗି, ଦୂର୍ଯୋ ଗଣ୍ଡ, କପିଳ ମାଳି, ରାଇଧର ପୂଜାରୀ, ଦୁଲାର ଗଣ୍ଡଙ୍କ ସମେତ ୧୩୭ ଜଣରୁ ଊର୍ଦ୍ଧ୍ବ ବିଜେଡିରେ ମିଶିଛନ୍ତି।

ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ଯେଉଁ ଲୋକାଭିମୁଖୀ କାର୍ଯ୍ୟ ତଥା ଓଡିଶାର ସେବା ଦୀର୍ଘ ବର୍ଷ ଧରି କରି ଆସୁଛନ୍ତି ତାହାର ପଟାନ୍ତର ନାହିଁ। ଉକ୍ତ କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ସ୍ଥାନୀୟ ଜିଲ୍ଲାପରିଷଦ, ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ମିଶ୍ରଣ ପର୍ବ ଗୁରୁସିଙ୍ଗା ସରପଞ୍ଚ ମୋହନ ନାୟକଙ୍କ ନେତୃତ୍ୱରେ ଚିତ୍ତରଞ୍ଜନ ପାଣ୍ଡେ, ଶ୍ୟାମ ଲାଲ ହାଲକା, ପିଲାଦାସ ପନକା, ରାଜ କୁମାର ସାହୁ, ଟିକଚାନ୍ଦ ମାଝୀ ପ୍ରମୁଖ ସହଯୋଗ କରିଥିଲେ।