୧୫ ରାଜ୍ୟ, ୯୩ ଠିକଣା ଓ ୪୫ ଗିରଫ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ(ଏନଆଇଏ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଠିକଣାରେ ରେଡ ମାରିଛି । ରେଡ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ୪୫ ଜଣଙ୍କୁ ଗିରଫ କରିଛି । ଏନଆଇଏ ଅଧିକାରୀ ସଂଯୁକ୍ତା ପରାଶର ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ସଂଯୁକ୍ତା ପରାଶର କହିଛନ୍ତି ଯେ, ୧୫ ରାଜ୍ୟର ୯୩ ସ୍ଥାନରେ ଆଜି ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ୧୫ ରାଜ୍ୟରେ ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ରାଜସ୍ଥାନ, ଆସାମ, ମଧ୍ୟପ୍ରଦେଶ, ଗୋଆ, ପଶ୍ଚିମବଙ୍ଗ, ମଣିପୁର ଓ ବିହାର ସାମିଲ ରହିଛି ।