ଟେନିସରୁ କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରରଙ୍କ ସନ୍ୟାସ

ଲଣ୍ଡନ୍‌,ଏଜେନ୍ସି: ସୁଇସ୍‌ ଟେନିସର କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରର ସନ୍ୟାସ ନେଇଛନ୍ତି। ୪୧ ବର୍ଷ ବୟସରେ ଟେନିସକୁ ଅଲବିଦା କହିଛନ୍ତି ଫେଡେରର। ୨୦ଟି ପ୍ରମୁଖ ଟାଇଟେଲ ଜିତିବା ସହ ସେ ଟେନିସ ଜଗତର ଅନ୍ୟତମ ସର୍ବକାଳୀନ ମହାନତମ ଖେଳାଳି ରହିଥିଲେ।

ଗୁରୁବାର ଅନ୍ତର୍ଜାତୀୟ ଟେନିସରୁ ଅବସର ଘୋଷଣା କରି କହିଛନ୍ତି ଯେ ଆସନ୍ତା ସପ୍ତାହରେ ହେବାକୁ ଥିବା ଲାଭର କପ୍ ତାଙ୍କର ଅନ୍ତିମ ଏଟିପି ଟୁର୍ନାମେଣ୍ଟ ହେବ। “ଏହା ଏକ କଡା ନିଷ୍ପତ୍ତି, କାରଣ ଏହି ଖେଳ ଜୀବନରେ ପାଇଥିବା ସମସ୍ତ ଜିନିଷକୁ ମୁଁ ବହୁତ ମିସ୍‌ କରିବି। କିନ୍ତୁ ଏଥିସହିତ ଉତ୍ସବ ପାଳନ କରିବାକୁ ବହୁତ କିଛି ଅଛି” ବୋଲି ଫେଡେରର କହିଛନ୍ତି।