ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ଅଲ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡରେସନର କେସିଙ୍ଗା ଦ୍ୱାରା ରାସ୍ତାରୋକ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ଏବଂ ମଣିପୁରରେ ମହିଳାଙ୍କ ସହ ଘଟିଥିବା ଅମାନବୀୟ କାର୍ଯ୍ୟକଳାପକୁ ବିରୋଧ କରି ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆମ୍ବେଦକର ଛକରେ କଳାହାଣ୍ଡି ଆଦିବାସୀ ଏକତା ପରିଷଦ ସଂଯୋଜକ ସନ୍ତୋଷ ନାୟକଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୨୬କୁ ଅବରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ୨ ଘଣ୍ଟା ବିରୋଧ ପ୍ରଦର୍ଶନ କରାଯାଇଥିଲା । ପ୍ରଥମେ ଆମ୍ବେଦକରସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ରାଜରାସ୍ତା ୨୬କୁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଆଦିବାସୀ ସଂଗଠନ ଓ ଏହାକୁ ସମର୍ଥନ ଜଣାଇ ଅଲ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡରସନ କେସିଙ୍ଗା ଶାଖାର କର୍ମକର୍ତ୍ତା ଓ ସଦସ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଯାନବାହନ ଅଟକି ଥିବାରୁ ଟ୍ରାଫିକ ସମସ୍ୟା ଜଟିଳ ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବାରେ କେସିଙ୍ଗା ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଏହି ୨ ଘଣ୍ଟିଆ ରାସ୍ତାରୋକରେ କେବଳ ଆମ୍ବୁଲାନ୍ସ, ସ୍କୁଲ ବସ ଓ ୨ ଚକିଆ ଯାନକୁ ଛଡ଼ା ଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଞ୍ଜୟ ଶବର, ଯାଦବ ଶବର, ଗୌତମ ଧାରୁଆ, ଲାବନ୍ୟ ଝାଙ୍କର, ବାସୁଦେବ ମାଝୀ, ମକରନ୍ଦ ମାଝୀ ଓ କୁମର ମଣି ମାଝୀ ପ୍ରମୁଖଙ୍କ ସହ ବହୁ ଆଦିବାସୀ ନେତା ଓ ସାଧାରଣ ଲୋକ ପ୍ରମୁଖ ଉପସ୍ଥିତ ଥିଲେ ।