ରାଜ୍ୟସଭାରେ ଦିଲ୍ଲୀ ସେବା ବିଲକୁ ନବୀନ ପଟ୍ଟନାୟକ ଓ ଜଗନ ମୋହନ ରେଡ୍ଡୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲକୁ ନେଇ ରାଜ୍ୟସଭାରେ ଚର୍ଚ୍ଚା ଜାରି ରହିଛି । ଏହି ବିଲକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାର୍ଟି ବିଜେଡି ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି ବାଇଏସଆରସୀପୀ ସମର୍ଥନ କରିଛି ।

ବିଜେଡି ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ, ଆମ ପାର୍ଟି ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ କରୁଛି । ଏହି ବିଲ ଦିଲ୍ଲୀରେ ସେବା ନିୟନ୍ତ୍ରଣ ଉପରେ ସୁପ୍ରିମକୋର୍ଟଙ୍କ ଫଇସଲାର କିଛିଦିନ ପରେ ମେ’ରେ କେନ୍ଦ୍ର ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶକୁ ବଦଳାଇବାକୁ ପ୍ରୟାସ କରୁଛି । ସମ୍ବିଧାନ ମୁତାବକ ସଂସଦ ପାଖରେ କ୍ଷମତା ରହିଛି କି ଦିଲ୍ଲୀ ସମ୍ବନ୍ଧୀୟ ଆଇନ ପ୍ରସ୍ତୁତ କରିପାରିବ ।

ଚର୍ଚ୍ଚା ସମୟରେ ବାଇଏସଆରସୀପୀ ପାର୍ଟିର ସାଂସଦ ବୀ ବିଜୟସାଈ ରେଡ୍ଡୀ କହିଛନ୍ତି ଯେ, ଆମ ସମ୍ବିଧାନ ସଂସଦକୁ ଦିଲ୍ଲୀ ପାଇଁ ବିଲ ପ୍ରସ୍ତୁତ କରିବାକୁ ଅନୁମତି ପ୍ରଦାନ କରିଛି । ଏହି ବିଲକୁ ବିରୋଧ କରିବା କୌଣସି ସମ୍ବିଧାନର ଆଧାର ନୁହେଁ । ବିରୋଧୀ ଅକାରଣେ ବାଧା ସୃଷ୍ଟି କରୁଛନ୍ତି ।