ମହିଳାଙ୍କ ଗୋଡ ଉପରେ ଚଢ଼ିଗଲା ଟ୍ରକ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ବ୍ରିଜ ନିକଟରେ ଆଜି ସନ୍ଧ୍ୟାରେ ଏକ ଟ୍ରକ ମହିଳାଙ୍କ ଗୋଡ ଉପରେ ଚଢିଯାଇଛି। ଫଳରେ ତାଙ୍କର ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମହିଳାଙ୍କୁ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଗୁରୁତର ମହିଳା ଜଣଙ୍କ ଚେମେଣା ଗ୍ରାମର ତାରାମଣୀ ଲୋହାର ବୋଲି ଜଣାପଡ଼ିଛି।

ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରାଯାଇଛି। ରାସ୍ତା ଅବରୋଧ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡିମୋଟର ଅଟକି ରହିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଗୁରୁତର ମହିଳାଙ୍କୁ ୧୦୮ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।