Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ, ଭାଙ୍ଗିଲା ଏକାଧିକ ବିଦ୍ୟୁତ ଖୁଣ୍ଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ, ଭାଙ୍ଗିଲା ଏକାଧିକ ବିଦ୍ୟୁତ ଖୁଣ୍ଟ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ସପ୍ତାହେ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିବା ଯୋଗୁ ଜୀବନ ଯାତ୍ରା ବ୍ୟାହତ ହେବାସହ ଛୋଟ ଧରଣର କ୍ଷୟକ୍ଷତି ହୋଇଛି । ଏଭଳି ସ୍ଥିତିରେ ମଙ୍ଗଳବାର ଅପରାହ୍ନରେ ୫୯ନଂ. ଜାତୀୟ ରାଜପଥର ମହାସିଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବରଗଛ ଉପୁଡ଼ି ପଡ଼ିବା ଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବାସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଛି । ରାସ୍ତାର ୨ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି । ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ତାର ଓ ରାସ୍ତାରୁ ଗଛ ହଟାଇବା ପରେ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇପାରିଛି । ସେହିପରି ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡ଼ି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି । ତାର ଛିଣ୍ଡିବାରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ସିମନବାଡ଼ି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ ଓ ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ଆଦି ୧୦ ପଞ୍ଚାୟତର ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।