ଅର୍ଚ୍ଚନାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହି ଜାମିନ ଖଣ୍ଡଗିରି ଥାନା ମାମଲାରେ ମିଳିଛି । ସର୍ତ୍ତାବଳୀ ଅନୁସାରେ ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଅର୍ଚ୍ଚନା ଯୋଗାଯୋଗ କରିବେନି । ଏହାସହ ସାକ୍ଷୀଙ୍କୁ ପ୍ରଭାବିତ କରିବେନି କି ବାହାରେ ବୟାନବାଜି ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗଙ୍କ ନାଁରେ ଦାୟର ହୋଇଥିବା ମୋଟ ୩ଟି ମାମଲାରୁ ତାଙ୍କୁ ୨ଟିରେ ଜାମିନ ମିଳିଛି । ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଏବେ କେବଳ ଇଡି ମାମଲାରେ ଅର୍ଚ୍ଚନା ଜାମିନ ପାଇନାହାନ୍ତି ।