କୁଆଁପାଳ,ଏନ୍ଏନ୍ଏସ୍: ସାଲେପୁର-ଛତିଆ ପୂର୍ତ୍ତ ରାସ୍ତାର କୋଠପଦା ବ୍ୟାଙ୍କ ଛକ ନିକଟରେ ଶୁକ୍ରବାର ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାଳିଅଣ୍ଟି ଅଞ୍ଚଳର ବବୁଲ ନାମକ ଜନୈକ ଯୁବକ ଓଡ଼ି-୦୫ଏକ୍ସ-୫୨୧୦ ନମ୍ବର ବିଶିଷ୍ଟ ଏକ ପଲସର ବାଇକ୍ ନେଇ କଟକରୁ ଫେରୁଥିବା ସମୟରେ କୋଠପଦ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ।
ବ୍ୟାଙ୍କ ନିକଟରେ ଥିବା ଏକ ହମ୍ପ୍ସ ନିକଟରେ ବାଇକରୁ ଖସି ପଡ଼ିଥିବା କାଳିଅଣ୍ଟି ଗ୍ରାମର ଏହି ଯୁବକ ଓଡ଼ି-୦୫ଡବ୍ଲ୍ୟୁ-୫୮୧୫ ନମ୍ବର ବିଶିଷ୍ଟ ହାଇୱା ଟ୍ରକର ପଛ ଚକାତଳେ ଚାପି ହୋଇ ଯିବାରୁ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ହୋଇଯାଇଛି। ତେବେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁର୍ଘଟଣାର ଶିକାର ଯୁବକକୁ ମହଙ୍ଗା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।